ଭୁଲ ବୁଝାମଣା | Misunderstanding

ଭୁଲ ବୁଝାମଣା ...

ରାଜୁ :ହ୍ୟାଲୋ 
ତୃପ୍ତି : ହ୍ୟାଲୋ , କିଏ ?
ରାଜୁ : ଓ...ତାହାଲେ ତମ ମୋବାଇଲରେ ମୋ ନମ୍ବର ସେଭ୍ ନାହିଁ । 
ତୃପ୍ତି : ସରି , ଜାଣିପାରିଲିନି । ଟିକେ ପରିଚୟ ଦେବ କି ? 
ରାଜୁ : ଅଛା , କାଲି ଯିଏ ମୋ ସ୍ବରର ପ୍ରଶଂସା କରୁଥିଲା । ସାଙ୍ଗ ସାଥିଙ୍କୁ କହି ବୁଲୁଥିଲା କି ମୋ ସ୍ବର ତାକୁ ଦିଓ୍ବାନା କରିଦେଇଛି । ଆଜି ସେ ଏହି ସ୍ବରକୁ ଚିହ୍ନିପାରୁନି । 
ତୃପ୍ତି: ରାଜୁ ତମେ ...ଓ ମାଏ ଗଡ । ସରି ...ଟିକେ ଅନ୍ୟମନସ୍କ ଥିଲି । 
ରାଜୁ : (ଅଭିମାନ ଭରା ସ୍ବରରେ)ଭୂଲିବା ଲୋକଙ୍କ ଅଭ୍ୟାସ
ତୃପ୍ତି : (ଟିକେ ହସିଦେଇ)ହେ ହେ, ଏଇଟା ଭଲ ଅଭ୍ୟାସ ।
ରାଜୁ :ଯେମିତି ତମେ ମତେ ଭୂଲି ଯାଇଛ । ମତେ ଓ ଆମ ଅତୀତକୁ । 
ତୃପ୍ତି: ନା ମ ..
ରାଜୁ : ହଁ ଏସବୁ ତମର ଭଲ ଅଭ୍ୟାସ ହୋଇପାରେ । 
 ତୃପ୍ତି : ବାସ ଟିକେ ଆଗକୁ ବଢିଯାଇଛେ ଆମେ ଦୁଇ ଜଣ 😊
ରାଜୁ : ଆଗକୁ ବଢିବା ଏକ ପ୍ରକ୍ରିୟା । କିନ୍ତୁ ଅତୀତକୁ ସାଥିରେ ରଖିବା ବି ତ ଜରୁରୀ । 
ତୃପ୍ତି: ହଁ ରଖିଛି ହୃଦୟରେ ଠିକ ଯେମିତି ତମେ ରଖିଚ 🥰
ରାଜୁ : ବାସ ...
ଏମିତି ହୃଦୟରେ ରଖିଥାଅ 
ଜୀବନରେ ଆଉ କଣ ଦରକାର କି ? 
ତୃପ୍ତି : (ହସି ହସି) ହେ ହେ.. ବାସ ଏତିକିରେ ମାନିଗଲ.. ମୁଁ ତ ଭାବିଥିଲି , ଅତୀତ ର ସ୍ମୃତି କୁ ଟିକେ ତାଜା କରିବାକୁ ତମ ଶବ୍ଦ ପେଡିରୁ ଆହୁରି କିଛି ପ୍ରେମ ର ଭାଷା ବାହାରିବ... 😊
ରାଜୁ: ଶବ୍ଦ ...
ତମ ପାଇଁ ଯେତେ କହିଲେ ବି କମ ହେବ । 
ତୃପ୍ତି : ବହୁତ ଚାଲାକ.. ଏମିତି କହି ଅତୀତ ରେ ଠକିଛ ଆଉ ଏବେ ବି ସମାନ ପ୍ରୟାସ.. ହଉ ପକ୍ରିୟା ଜାରି ଥାଉ
 Nice to talk to u after a long time
ରାଜୁ: ଠକିଛି ?
ଆଉ ମୁଁ । ନିଜକୁ ପଚାର । ହୃଦୟ ଉତ୍ତର ଦେଇଦେବ ।
କିଏ କାହାକୁ ଠକିଛି
ତୃପ୍ତି : ମୁଁ ଆଉ ହୃଦୟ ଉଭୟ ନିରୁତ୍ତର । 
ଅଛା ଶୁଣ ଫୋନ ରଖୁଛି , ରାତି ବହୁତ ହେଇଗଲାଣି ଶୋଇପଡ । 
ରାଜୁ : ଏମିତି କେତେ ରାତି ଆମେ ଅନିଦ୍ରା ହୋଇଛୁ ତାର ଠିକଣା ନାହିଁ । ଆଉ ଆଜି ସାଢେ ୧୧ ଟାରୁ ଫୋନ ରଖିବାକୁ ବ୍ୟସ୍ତ ହୋଇପଡିଲଣି । 
ଓକେ ଗୁଡ ନାଇଟ । କିନ୍ତୁ ମୁଁ ଜାଣେ ତମେ ଏବେ ଶୋଇପାରିବ ନି । ଓ୍ବାଟ୍ସ ଅପ ଖୋଲି ଆମର ପୁରୁଣା ଚାଟ୍ ଦେଖିବ । ଆଉ ମନେ ମନେ ହସୁଥିବ । 
ସ୍ବିଟ ଡ୍ରିମ ଓ୍ବିଥ୍ ମାଏ ଫେସ ...
ଏତିକି କହି ଫୋନ ରଖିଦେଲା ରାଜୁ । 
ପିଜି ଶେଷ ବର୍ଷ ବେଳକୁ ଉଭୟଙ୍କ ଭିତରେ ଛୋଟ ଭୁଲବୁଝାମଣା ହୋଇଯାଇଥିଲା । ବାସ ସେବେଠାରୁ ଉଭୟ ବହୁ ଦୁରକୁ ଚାଲିଯାଇଛନ୍ତି। ଏବେ କ୍ୟାରିଅର କୁ ନେଇ ଉଭୟ ନିଜ ନିଜ ଦୁନିଆରେ ବ୍ୟସ୍ତ । ଜଣେ ଓଡିଶାରେ ତ ଆଉ ଜଣେ ବିଦେଶରେ ।  
ଦିନ ଥିଲା ବାଣୀବିହାର ୟୁନିଭର୍ସିଟିରେ ଏହି ଯୋଡିକୁ ନେଇ ବେଶ ଚର୍ଚ୍ଚା ହେଉଥିଲା । ସାଙ୍ଗ ସାଥିଙ୍କ ମେଳରେ ଆଜି ବି ଚର୍ଚ୍ଚା ହୁଏ ଯେ ଉଭୟଙ୍କ ମନରେ ପରସ୍ପର ପ୍ରତି ଭଲ ପାଇବା ଏବେବି ରହିଛି । କିନ୍ତୁ ୟୁନିଭର୍ସିଟିର ଏହି ବେଷ୍ଟ ଯୋଡି ପୁଣି ଏକାଠି ହେବେ କି ନାହିଁ ସେ ଉତର କାହାରି ପାଖରେ ନାହିଁ । 

Popular posts from this blog

ଖଣ୍ଡିଏ ଭୋଟ୍‌ର ମୂଲ୍ୟ

ଗାଁ_ଛାଡି_ଏବେ_ସହରରେ_ରହୁଛି

Har Ghar Tiranga