Har Ghar Tiranga

ହର ଘର ତ୍ରିରଙ୍ଗା...
Har Ghar Tiranga...

 ଘରେ ଘରେ ଜାତୀୟ ପତାକା ଉଡିବା ସ୍ବାଗତ ଯୋଗ୍ଯ ପ୍ରୟାସ ...
କିନ୍ତୁ 
ଘରେ ଘରେ ଖାଦ୍ୟ
ଘରେ ଘରେ ଶିକ୍ଷା
ଘରେ ଘରେ ସ୍ବାସ୍ଥ୍ୟ 
ଘରେ ଘରେ ନିଯୁକ୍ତି
ଏ ଦିଗରେ ଆମ ରାଜନେତା ଓ ପ୍ରଶାସକ ଚିନ୍ତା କରିଛନ୍ତି ତ ? 

ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଆମେ ପାଳନ କରୁଛୁ । କିନ୍ତୁ ଆଜି ବି ଅନେକ କ୍ଷେତ୍ରରେ ଆମେ ପରାଧୀନ ହୋଇ ରହିଛୁ।    

     ଆଜିର ଦିନରେ ଅନେକ ଲୋକ ଭଲ ଭାବେ ଦୁଇ ଓଳି ଖାଇବା ପାଇଁ କରୁଛନ୍ତି ଅନେକ ସଂଗ୍ରାମ।  

            ପଇସା ନଥିଲେ ସହରର ବଡ ଶିକ୍ଷାନୁଷ୍ଠାନରେ ପାଠ ପଢିବା ସ୍ବପ୍ନ । ଗ୍ରାମାଞ୍ଚଳରେ ପାଠ ପଢିବା ପାଇଁ ଅନେକ ବାଟ ଚାଲି ଚାଲି ଯାଉଛନ୍ତି ଛାତ୍ରଛାତ୍ରୀ। ଆଉ କେଉଁଠି ଭଲ ବିଦ୍ୟାଳୟ ନାହିଁ ତ ପୁଣି କେଉଁଠି ପାଠ ପଢାଇବାକୁ ନାହାନ୍ତି ଉପଯୁକ୍ତ ଶିକ୍ଷକ।

ସହରର ସ୍ବାସ୍ଥ୍ୟ ସେବାର ଅବସ୍ଥା କାହାକୁ ଅଛପା ନାହିଁ । କେବଳ ନାଁ କୁ ମାତ୍ର ସେବା , ଏଠି ବ୍ୟବସାୟୀକରଣ ହୋଇଗଲାଣି ସ୍ବାସ୍ଥ୍ୟ ବ୍ଯବସ୍ଥା । ଆଉ ଗାଁରେ ଖଟରେ ବୁହା ହେଉଛନ୍ତି ରୋଗୀ। 

    ଯୁବକଙ୍କ ଭାବାବେଗ ସହ ଏଠି ରାଜନେତା କରନ୍ତି ରାଜନୀତି। ନିର୍ବାଚନ ଆସିଲେ ନିଯୁକ୍ତିର ଗୋଲାପୀ ସ୍ବପ୍ନ ଦେଖାନ୍ତି । କିନ୍ତୁ ବାସ୍ତବ ଘଟଣା ସଭିଙ୍କୁ ଜଣା। 

ଦିହକୁ ନେବେନି ...
କାହାକୁ ଆକ୍ଷେପ କରିବା ମୋ ଉଦ୍ଦେଶ୍ଯ ନୁହଁ, 
କିନ୍ତୁ ଏହାହିଁ ବାସ୍ତବତା ।

Popular posts from this blog

ଖଣ୍ଡିଏ ଭୋଟ୍‌ର ମୂଲ୍ୟ

ଗାଁ_ଛାଡି_ଏବେ_ସହରରେ_ରହୁଛି