ପିରିୟଡ ହେଇଛି
ପିରିୟଡ_ହେଇଛି
ଟିକ୍ ଟିକ୍...ଟିକ୍ ଟିକ୍...
ଏମିତି ଅନେକ ସମୟ ହେବ ଆଲାରାମ ବାଜୁଥାଏ । କିନ୍ତୁ ନିଘୋଡ ନିଦରେ ଶୋଇଥାଏ ପିଙ୍କି । ଗତକାଲି ଅଫିସରୁ ଫେରିଲାବେଳକୁ ଟିକେ ବିଳମ୍ବ ହୋଇଯାଇଥିଲା। ଥକିପଡି ଶୋଇପଡିଛି ଯେ ଉଠିବାକୁ ତାର ଆଉ ଜୋର ପାଉନି।
ଏତିକିବେଳେ ମୋବାଇଲ ରିଂ ହେଲା...
ଫୋନ ରିଂ ବାରମ୍ବାର ହେଉଥାଏ
ଦୁଇ ତିନି ଥର ରିଂ ହେଇ ହେଇ କଟିଗଲା
ପୁଣି ରିଂ ଶୁଣିଲାବେଳକୁ ହଠାତ ନିଦ ଭାଙ୍ଗିଲା
ପିଙ୍କି-ହଁ, ବୋଉ କହ
ପିଙ୍କିର ବୋଉ-କିରେ , ଫୋନ କରି କରି ମୁଁ ଥକିଗଲିଣି
କିନ୍ତୁ ତୁ ତ ଗଧ ଭଳି ଶୋଇଛୁ, ଉଠିପଡ ।
ପିଙ୍କି- କେତେ ବାଜିଛି ଯେ ?
ପିଙ୍କିର ବୋଉ-ଆଲୋ ୯ଟା ବାଜିଲାଣି, ଆଉ ତୁ ଶୋଇଛୁ।
ପିଙ୍କି-ଏଁ ...୯ଟା , ବୋଉ ତୁ ଫୋନ ରଖିଲୁ। ମୁଁ ବାହାରି ପଡେ, ବହୁତ ଡେରି ହେଇଗଲାଣି।
ଏତିକି କହି ବାଥରୁମ୍ କୁ ଗଲା ପିଙ୍କି। ବିଛଣାରୁ ଉଠିଲା ବେଳକୁ ଭାରି କଷ୍ଟ ଲାଗୁଥାଏ। ବାଥରୁମ୍ ଯାଇ ଦେଖିଲାବେଳକୁ ଋତୁସ୍ରାବ ହେଇଥାଏ । ଅଫିସ ଟାଇମ ବିଳମ୍ବ ହେଉଥିବାବେଳେ ଶରୀରରେ ଯନ୍ତ୍ରଣା ବି ବଢୁଥାଏ। ଗୋଟିଏ ସମୟ ପାଇଁ ପିଙ୍କି ଭାବିଲା ଯେ,ଆଜି ଆଉ ଅଫିସ ଯିବନି। ଫୋନ କରି ମନା କରିଦେବ।
ଏତିକି ଭାବିଲା ବେଳକୁ ଅଫିସରୁ ଦୀପକର କଲ୍ ଆସିଗଲା ।
ଦୀପକ-ପିଙ୍କି କେତେବେଳେ ପହଞ୍ଚିବ।
ପିଙ୍କି-ମୁଁ କଣ ଭାବୁଥିଲି କି ? ଆଜି ଛୁଟି ନେଇଯାଇଥାନ୍ତି। ଦେହ ଟା ଜମା ଭଲ ଲାଗୁନି।
ଦୀପକ- ଅରେ, ଆଜି ତମର ପ୍ରେଜେଣ୍ଟେସନ ଅଛି ପରା, ମନେ ଅଛି ତ?
ପିଙ୍କି- ହଁ ହଁ ମନେ ଅଛି । ଜଷ୍ଟ ବାହାରୁଛି।
ଦୀପକ-ଜଲ୍ଦି ପହଞ୍ଚିଯିବ, ମହାନ୍ତି ସାରଙ୍କ କଥା ତ ଜାଣିଛ। ନହେଲେ ଅଯଥା ଟେନସନ ।
ପିଙ୍କି- ହଁ ହଁ
ଫୋନ ରଖି ଅଫିସ ଯିବା ପାଇଁ ପ୍ରସ୍ତୁତ ହୋଇଗଲା ପିଙ୍କି। ଦେହକୁ କଷ୍ଟ ଲାଗୁଥିଲେ ବି ଅଫିସ ଯିବାକୁ ପଡିବ।
ତୁଳସୀପୁରରୁ ଅଟୋ ଧରି ବାଦାମବାଡି ପହଞ୍ଚିଲା ପିଙ୍କି। ଅଟୋରୁ ଓହ୍ଲେଇ ଆଗକୁ ଦେଖିଲାବେଳକୁ ଭୋନସର ଭୋନସର ଡାକୁଥାଏ କଣ୍ଡକ୍ଟର । ଆଉ ଡେରି ନକରି ବସରେ ଚଢିଗଲା । ବସରେ ପ୍ରବଳ ଭିଡ । ଠିଆ ହେବାକୁବି ଜାଗା ନଥାଏ। ଋତୁସ୍ରାବ ଯୋଗୁଁ ଶରୀର ପୀଡା ହେଉଥାଏ ,ଆଉ ଏଭଳି ସ୍ଥିତିରେ ଭିଡ ଭିତରେ ଛିଡା ହେବା ସହଜ ନଥିଲା। ଘଣ୍ଟାକ ଭିତରେ ଭୁବନେଶ୍ବର ପହଞ୍ଚିଲା ବସ୍। ବାସ କେଇ ମୁହୂର୍ତ୍ତରେ ଅଫିସ ପହଞ୍ଚିଯାଏ ପିଙ୍କି। କିନ୍ତୁ ପିଙ୍କି ପହଞ୍ଚିଲା ବେଳକୁ ମିଟିଙ୍ଗ ଆରମ୍ଭ ହୋଇସାରିଥାଏ।
ପିଙ୍କି- ମେ ଆଇ କମ୍ ଇନ୍ ସର୍ ?
ମହାନ୍ତି ସାର-ନୋ, ୟୁ ଆର୍ ଠୁ ଲେଟ୍ ।
ପିଙ୍କି-ସରି ସାର, ମୋ ଦେହ ଟିକେ ଭଲ ନଥିଲା। ସେଥିପାଇଁ ବିଳମ୍ବ ହୋଇଗଲା।
ମହାନ୍ତି ସାର-ଓ... ଡେରିରେ ଆସିବ, ତା ପରେ ମିଛ ବାହାନା ବି । ବାଏ ଦ ୱେ ତମର ପ୍ରବ୍ଲେମ କଣ ହେଇଛି।
ପିଙ୍କି- ସର୍ ସର୍ ପିରିୟଡ ହେଇଛି।
(ଏତିକି ଶୁଣିଲା ବେଳକୁ ପୁରୁଷ ସହକର୍ମୀମାନେ ହସିବା ଆରମ୍ଭ କରିଦେଇଥିଲେ )
ମହାନ୍ତି ସାର-ସୋ ୱାଟ, ଇଟ୍ସ ନଟ ଆୱାର ପ୍ରବ୍ଲେମ ,ଇଟ୍ସ ୟୋର ପ୍ରବ୍ଲେମ । ଡେରିରେ ଆସିଛ ,ଆଜି ତମର ହାଫ ଡେ ପଡିବ ।
ମୁହଁ ଶୁଖେଇ ଚ୍ୟାରରେ ବସି ପଡିଲା ପିଙ୍କି। କଣ ବା କରିଥାନ୍ତା ବଡ ଲୋକଙ୍କୁ ଉତ୍ତର ନାହିଁ ପରା ।
ଧିରେ ଧିରେ ସନ୍ଧ୍ୟା ହେଉଥାଏ। କିନ୍ତୁ ପିଙ୍କିର କାମ ସରୁନଥାଏ। କାମ ସାରି ଘରକୁ ଫେରିଲାବେଳକୁ ରାତି ୯ ଟା । କଣ ଦିଇଟା ଖାଇଦେଇ ବିଛଣାରେ ପଡିଯାଏ ପିଙ୍କି।
ଅନ୍ୟପଟେ ଅଫିସ ର ସିନିୟର ଷ୍ଟାଫ ମାନଙ୍କ ସହ ଗୋଟେ ବଡ ହୋଟେଲରେ ପାର୍ଟିରେ ବ୍ୟସ୍ତ ଥାନ୍ତି ମହାନ୍ତି ସାର । ହଠାତ ତାଙ୍କ ଘରୁ ଆସିଲା କଲ ।
ମିସେସ ମହାନ୍ତି-ଶୁଣ , ଜଲଦି ଘରକୁ ଆସ। ଝିଅ ଦେହ ଭଲ ନାହିଁ। ତାକୁ ଭାରି କଷ୍ଟ ଲାଗୁଛି। ଯନ୍ତ୍ରଣାରେ ଛଟପଟ ହେଉଛି ।
ମହାନ୍ତି ସାର-ମୁଁ ଡାଇରେକ୍ଟ ହସ୍ପିଟାଲ ଯାଉଛି , ତମେ ଝିଅକୁ ନେଇକି ପହଞ୍ଚ।
ଏତିକି କହି ଗାଡି ବାହାର କରି ହସ୍ପିଟାଲ ବାହାରିପଡିଲେ ମହାନ୍ତି ବାବୁ। ରାସ୍ତାଘାଟ କିଛି ମାନିଲେନି । ହସ୍ପିଟାଲ ପହଞ୍ଚିଲାବେଳକୁ ଝିଅର ଚେକ୍ ଅପ୍ ଚାଲିଥାଏ। ବାପାଙ୍କୁ ଦେଖି ଆଉ କାନ୍ଦ ସମ୍ଭାଳିପାରିଲାନି ଝିଅ। ଭୋ ଭୋ ହୋଇ କାନ୍ଦିଲା।
ମହାନ୍ତି ସାରଙ୍କ ଝିଅ-ବହୁତ କଷ୍ଟ ଲାଗୁଛି। ଦେହ ହାତ ଛିଡିଗଲା ଭଳି ଲାଗୁଛି ।
ମହାନ୍ତି ସାର-ଜମା ବ୍ୟସ୍ତ ହୋନି, ସବୁ ଠିକ୍ ହୋଇଯିବ।
ଡାକ୍ତରଙ୍କୁ ଦେଖି ବ୍ୟସ୍ତ ହୋଇ ପଚାରିଲେ ମହାନ୍ତି ସାର, ମହାନ୍ତି ବାବୁ-ସାର ମୋ ଝିଅର କଣ ହେଇଛି ? ଭଲ ପେନ୍ କିଲର ଦିଅନ୍ତୁ। ତାକୁ ଭାରି କଷ୍ଟ ହେଉଛି।
ଡାକ୍ତର-ସାର, ଜମା ବ୍ୟସ୍ତ ହୁଅନ୍ତୁନି। ଋତୁସ୍ରାବ ହେଇଛି, ଟିକେ ଯନ୍ତ୍ରଣା ରହିବ। ଋତୁସ୍ରାବ ହେଲେ ଅନେକଙ୍କର ବହୁତ ବ୍ଲିଡିଂ ହୁଏ। କଷ୍ଟ ହେବା ସ୍ବଭାବିକ୍। ଆପଣ ବ୍ୟସ୍ତ ହୁଅନ୍ତୁନି, ମୁଁ ପେନ୍ କିଲର ଦେଇଦେଇଛି। କିଛି ସମୟରେ ଠିକ୍ ହୋଇଯିବେ ଝିଅ ।
ଡାକ୍ତରଙ୍କ ଠାରୁ ଏତେ କଥା ଶୁଣିଲାବେଳକୁ ସକାଳ ସମୟର ଘଟଣା ସବୁ ଆଖି ସାମ୍ନାକୁ ଚାଲି ଆସୁଥାଏ । ଆଉ ମନେ ମନେ ଭାବୁଥିଲେ
ପିଙ୍କିର ବି ସମାନ ସମସ୍ୟା ହୋଇଥିଲା । କିଛି ବୁଝିବା ପୂର୍ବରୁ ତାକୁ କେତେ କଥା ଶୁଣେଇଦେଇଛି।
ପକେଟରୁ ଫୋନ ବାହାର କରି ପିଙ୍କିକୁ କଲ୍ କଲେ ।
ଏତେ ରାତିରେ ସାରଙ୍କ କଲ ଦେଖି ଘାବରେଇ ଗଲା ପିଙ୍କି। ଆଉ ଭାବୁଥାଏ ପୁଣି କିଛି ଭୂଲ ହୋଇଯାଇନି ତ ?
ସାହାସ କରି କଲ ରିସିଭ କଲା ପିଙ୍କି
ଆଉ ସେପଟୁ ଶୁଭିଲା
ମହାନ୍ତି ସାର-ଆଇ ଆମ୍ ସରି । ତମ ଦେହ ଭଲ ନାହିଁ। ତମ ଉପରେ ଏଭଳି ବିରକ୍ତି ହେବାର ନଥିଲା।
ମତେ କ୍ଷମା କରିଦେବ । ଆଉ ଶୁଣ କାଲି ଛୁଟିରେ ରହିଯିବ , ମୁଁ ଛୁଟି ଆପ୍ରୁଭ କରିଦେବି।
ପିଙ୍କି-ଥ୍ୟାଙ୍କ ୟୁ ସାର ...
ଏତିକି କହି ନିଶ୍ଚିନ୍ତରେ ଶୋଇଲା ପିଙ୍କି।
ବାସ୍ ଏତିକି ଏହି କାହାଣୀ ...