ହେପି ଚକଲେଟ ଡେ'

#ହେପି_ଚକଲେଟ_ଡେ'

ରାଜୁ-ହେପି ଚକଲେଟ ଡେ ...

ତୃପ୍ତି-ଥ୍ୟାଙ୍କ ୟୁ 

ରାଜୁ-ଅଛା ...ଫରମାଲିଟି

ତୃପ୍ତି-ନା ନା...କିଛି ଫରମାଲିଟି ନୁହଁ । ହୃଦୟରୁ କହିଲି । ଆଜି ବହୁତ ଦିନ ପରେ ଫୁରସତରେ ତମ ସହ ଦିନ ସାରା ବିତେଇଲି । ନହେଲେ କେତେବେଳେ ତମେ ବ୍ୟସ୍ତ ତ କେତେବେଳେ ମୁଁ । 

ରାଜୁ-ହାଁ ୟାର ସତ କଥା । 

ତୃପ୍ତି-କିନ୍ତୁ ?

ରାଜୁ-କ'ଣ କିନ୍ତୁ ?

ତୃପ୍ତି-ସରି ...

ରାଜୁ-ଆରେ ସରି କଣପାଇଁ କହୁଛ ? 

ତୃପ୍ତି-ଚକଲେଟ ଡେ' ରେ ତମକୁ ଚକଲେଟ ଦେଇପାରିଲିନି । 

ରାଜୁ-ଇଟ୍ସ ଓକେ...ଏଥିରେ ସରି କହିବାର କଣ ଅଛି ।  
ତମେ କଣ ଚକଲେଟ ଠାରୁ କମ କି ? 

ତୃପ୍ତି-ଚୂପ ...ସବୁବେଳେ ଫାଜଲାମି । 

ରାଜୁ-ଆରେ ସତ କହୁଛି । ଯେତେବେଳେ ଜୀବନ ଟା ରଙ୍ଗହୀନ ହୋଇଯାଇଥିଲା । ସେତେବେଳେ ତମେ ହିଁ ମୋ ଜୀବନରେ ଭରି ଦେଇଥିଲ ଖୁସିର ରଙ୍ଗ । ଫିକା ଜୀବନରେ ଭରିଦେଇଥିଲ ପ୍ରେମର ମିଠାସ । ଆଉ ଏସବୁ ଆଗରେ ଚକଲେଟ ବା ଗିଫ୍ଟ ସବୁ ତୁଛ ।  

ବାସ ଏମିତି ହସିହସି ମୋ ସାଥିରେ ଜୀବନ ସାରା ରହିଥାଅ । 

ରାଜୁ-କ'ଣ ଚୂପ ହୋଇଗଲ ଯେ ? 

ଏତିକି ବେଳକୁ ତୃପ୍ତିର ଆଖିରୁ ଝରିସାରିଥାଏ ଦୁଇ ଟୋପା ଲୁହ ।  

Popular posts from this blog

ଖଣ୍ଡିଏ ଭୋଟ୍‌ର ମୂଲ୍ୟ

ଗାଁ_ଛାଡି_ଏବେ_ସହରରେ_ରହୁଛି

Har Ghar Tiranga