Tax ଟ୍ୟାକ୍ସ
ମୋ ମନରେ ପ୍ରଶ୍ନ ଆସେ ମୁଁ ସାଧାରଣ ଜନତା ହେଇ ମୋର ଗୋଟିଏ ଦରମାରୁ କେତେ ଥର ଟ୍ୟାକ୍ସ ଦେବି ???
ମୁଁ ୩୦ ଦିନ କାମ କଲି , ଦରମା ପାଇଲି ମାସ ଶେଷକୁ
✓ଦରମା ନେଲି- ଟ୍ୟାକ୍ସ ଦେଲି
✓ମୋବାଇଲ କିଣିଲି - ଟ୍ୟାକ୍ସ ଦେଲି
✓ରିଚାର୍ଜ୍ କଲି - ଟ୍ୟାକ୍ସ ଦେଲି
✓ଡାଟା ନେଲି - ଟ୍ୟାକ୍ସ ଦେଲି
✓ବିଜୁଳି ନେଲି - ଟ୍ୟାକ୍ସ ଦେଲି
✓ଟିଭି, ଫ୍ରିଜ୍ କିଣିଲି - ଟ୍ୟାକ୍ସ ଦେଲି
✓କାର କିଣିଲି - ଟ୍ୟାକ୍ସ ଦେଲି
✓ପେଟ୍ରୋଲ କିଣିଲି - ଟ୍ୟାକ୍ସ ଦେଲି
✓କାର ସର୍ଭିସ କଲି - ଟ୍ୟାକ୍ସ ଦେଲି
✓ରାସ୍ତାରେ ଚଲାଇଲି - ଟ୍ୟାକ୍ସ ଦେଲି
✓ରାସ୍ତାରେ ଟୋଲ ପଡ଼ିଲା - ଟ୍ୟାକ୍ସ ଦେଲି
✓ଲାଇସେନ୍ସ କଲି - ଟ୍ୟାକ୍ସ ଦେଲି
✓ରାସ୍ତାରେ ଭୁଲ କଲି - ଟ୍ୟାକ୍ସ ଦେଲି
✓ରେଷ୍ଟୁରାଣ୍ଟ ରେ ଖାଇଲି - ଟ୍ୟାକ୍ସ ଦେଲି
✓କାର ପାର୍କିଂ କଲି - ଟ୍ୟାକ୍ସ ଦେଲି
✓ପାଣି ପିଇଲି - ଟ୍ୟାକ୍ସ ଦେଲି
✓ରାସନ୍ କିଣିଲି - ଟ୍ୟାକ୍ସ ଦେଲି
✓ପିନ୍ଧିବାକୁ କପଡା କିଣିଲି - ଟ୍ୟାକ୍ସ ଦେଲି
✓ଜୋତା କିଣିଲି - ଟ୍ୟାକ୍ସ ଦେଲି
✓ବହି କିଣିଲି - ଟ୍ୟାକ୍ସ ଦେଲି
✓ଔଷଧ କିଣିଲି - ଟ୍ୟାକ୍ସ ଦେଲି
✓ଗ୍ୟାସ କିଣିଲି - ଟ୍ୟାକ୍ସ ଦେଲି
✓ଆହୁରି ଏମିତି ଶହେ ପ୍ରକାର ଜିନିଷ କିଣିଲି ଆଉ ତା ଉପରେ ଟ୍ୟାକ୍ସ ଦେଲି ।
✓କେଉଁଠି ଫିସ,କେଉଁଠି ବିଲ,କେଉଁଠି ସୁଧ,କେଉଁଠି ଜୋରିମାନା ସହ କେଉଁଠି ଲାଞ୍ଚ ଆକାର ରେ ପଇସା ଦେଲି।
ଏହି ସବୁ ପରେ ଯଦି ଭୁଲ ରେ କିଛି ବଳି ବ୍ୟାଙ୍କ୍ ରେ କିଛି ଜମା ଟଙ୍କା ରହିଗଲା ତା ଉପରେ ବି ଟ୍ୟାକ୍ସ ଦେଲି।🤦🏻♂️
ଏତେ କଲା ପରେ ବି ସାମାଜିକ ସୁରକ୍ଷା ନାହିଁ,ସଡ଼କ ଖରାପ,ରାସ୍ତାରେ ଷଣ୍ଢ,ଲାଇଟ୍ ଖରାପ,ପାଣି ଖରାପ,ପବନ ଖରାପ, ପରିବା କିଣିଲେ ବିଷାକ୍ତ ପରିବା ପାଇଲି,ମେଡିକାଲ ରେ ମହଙ୍ଗା ସେବା, ଘରୋଇ ଶିକ୍ଷା ବ୍ୟବସ୍ଥା, ଆହୁରି ଆକସ୍ମିକ ବାତ୍ୟା,ବନ୍ୟାରେ ଖର୍ଚ୍ଚ ସେ ସବୁ ଅଲଗା🤔
ସବୁ ପଇସା ଗଲା କେଉଁଠି...???
√ଭ୍ରଷ୍ଟାଚାର ରେ
√ନିର୍ବାଚନରେ ମଦ,ମାଂସ,୫୦୦ ଟଙ୍କା ବଣ୍ଟନ ରେ
√ଧନୀ ଙ୍କ ପାଇଁ ସବସିଡି ରେ
√ମାଲ୍ୟା ଭଳି ଲୋକଙ୍କୁ ବିଦା କରିବାରେ
√ଧନୀ ଲୋକଙ୍କୁ ମିଛରେ ଦେବାଳିଆ ଘୋଷଣାରେ
√ସ୍ଵିଶ ବ୍ୟାଙ୍କ୍ ରେ
√ନେତା ଙ୍କ ଘର ଆଉ କାର ରେ
√ବିଧାୟକ ଙ୍କୁ କିଣିବାରେ
ଏବେ କାହାକୁ କହିବି ଶୁଣିବ କିଏ।
ହଉ ଏମିତି ଚାଲୁ ଆମେ ଗାନ୍ଧୀ ଜି ଙ୍କ ତିନି ମାଙ୍କଡ ଭଳି ଚରିତ୍ର ରେ ଜୀବନ ବିତାଇବା, କାରଣ ପରିବର୍ତ୍ତନ ର ଆଶା ର କିରଣ ଦେଖା ଯାଉନି। ଏଠି ସମସ୍ତେ ଜଣେ ଜଣେ ଶାଗୁଣା ଆଉ କୁମ୍ଭୀର।..