Posts

ଖଣ୍ଡିଏ ଭୋଟ୍‌ର ମୂଲ୍ୟ

ଖଣ୍ଡିଏ ଭୋଟ୍‌ର ମୂଲ୍ୟ ନିର୍ବାଚନ ପାଇଁ ଆଉ ମାତ୍ର ଦିନ କେଇଟାର ଅପେକ୍ଷା। ଭାରତ ଭଳି ଏକ ବିଶାଳ ଗଣତନ୍ତ୍ରର ଭାଗ୍ୟଡୋରି ହାତକୁ ନେବା ପାଇଁ ବଳ କଷାକଷିର ପର୍ବ ଆରମ୍ଭ ହୋଇଗଲାଣି କେବେଠୁଁ। ନିର୍ବାଚନରେ ଭୋଟ ଦେଇ ନାଗରିକର ପବିତ୍ର କର୍ତ୍ତବ୍ୟ ସମ୍ପାଦନ କରି ପାଞ୍ଚବର୍ଷ ହେଲା ନିଘୋଡ଼ ନିଦରେ ଶୋଇ ପଡ଼ିଥିବା ଜନତା କଡ଼ ଲେଉଟାଇଲେଣି ପୁଣି ଥରେ ଭୋଟ କେନ୍ଦ୍ର ଧାଡ଼ିରେ ଛିଡ଼ା ହେବା ପାଇଁ। ରାଲି, ରୋଡ୍‌ ଶୋ, ସାଧାରଣ ସଭା ସାଙ୍ଗକୁ ଘରକୁ ଘର ବୁଲି ନିଜ ପ୍ରାର୍ଥିତ୍ୱ ସପକ୍ଷରେ ପ୍ରଚାର କରୁଥିବା ପ୍ରାର୍ଥୀଙ୍କ ବିନମ୍ର ପ୍ରଣାମରେ ବୈଶାଖର ପ୍ରଚଣ୍ଡ ରୌଦ୍ରତାପ ବି ଭିଜିଗଲାଣି ଏକ ଅଭିନବ ପ୍ରତିବେଦନରେ। କାଣି କଉଡ଼ିରେ ତଉଲା ହେଉ ନ ଥିବା ଭୋଟର ବାପୁଡ଼ା ନିଜ ବହୁମୂଲ୍ୟ ଭୋଟଖଣ୍ଡକ ପାଇଁ ନିଜକୁ ମହାରାଜା ମଣିଲେଣି। ଏଇ ନିର୍ବାଚନ ପ୍ରଥମ ନିର୍ବାଚନ ନୁହେଁ। ଆମ ଦେଶ ସ୍ବାଧୀନତା ଲାଭ କଲାପରଠୁ ଏମିତି କେତେ ନିର୍ବାଚନ ଆସିଛି ଓ ଯାଇଛି। ରାଜନୀତିରେ ରୁଚି ରଖୁଥିବା ଓ ନିର୍ବାଚନ ଜରିଆରେ ନିଜ ନେତୃତ୍ୱ ନିର୍ମାଣ କରୁଥିବା ଅଳ୍ପ କେଇଜଣଙ୍କୁ ଛାଡ଼ିଦେଲେ ବାକି ଲୋକଙ୍କ ପାଇଁ ଏହା ଯେମିତି ମହତ୍ତ୍ୱହୀନ, ସେମିତି ଅନୁଭବଶୂନ୍ୟ। ବାସ୍‌, କେବଳ ଏକ ରୁଟିନବନ୍ଧା ନାଗରିକ ଅଧିକାର, ଯାହା ପାଞ୍ଚବର୍ଷରେ ଥରେ ଆସେ ଓ ରାମରାଜ୍ୟ, ଗରିବୀ ହଟାଅ ଓ ମହିଳା ସଶକ୍ତୀକରଣ ଆଦି ଶ୍ରୁତିମଧୁର ସ୍ଲୋଗାନର କୋଳାହଳ ମଧ୍ୟରେ ଗୁଞ୍ଜରିତ ହୋଇ ପୁଣି

ଗାଁ_ଛାଡି_ଏବେ_ସହରରେ_ରହୁଛି

Image
ଗାଁ_ଛାଡି_ଏବେ_ସହରରେ_ରହୁଛି ଗାଁ ଦାଣ୍ଡର ଧୂଳି ବଦଳରେ ସହରର ଧୂଆଁ ନେଉଛି ଗାଁ ପୋଖରୀ ନୁହେଁ ଏବେ ସାୱାରରେ ଗାଧୋଉଛି  ଆତ୍ମୀୟତା ଥିବା ଲୋକଙ୍କୁ ଛାଡି ଉପରଠାଉରିଆଙ୍କ ସହ ମିଶୁଛି  ମୁକ୍ତ ଜୀବନ ଛାଡି ଏବେ ବ୍ୟସ୍ତତାରେ କଟୁଛି ଗାଁ_ଛାଡି_ଏବେ_ସହରରେ_ରହୁଛି ମା'ର ହାତରନ୍ଧା ବଦଳରେ ପିଜା ବର୍ଗର ଖାଉଛି  ଭାଗବତ ଟୁଙ୍ଗି ସହ ଗାଁ ପିଲାଙ୍କ ଖଟି ଏବେ ଭୁଲିଯାଇଛି  ବିନ୍ଦାସ ସମୟ ଛାଡି ଏବେ ରୁଟିନ ସମୟ କଟୁଛି  ହଁ, କେହି କାହାକଥା ବୁଝୁନଥିବା ଫ୍ଲାଟରେ ରହୁଛି  ଗାଁ_ଛାଡି_ଏବେ_ସହରରେ_ରହୁଛି

Har Ghar Tiranga

ହର ଘର ତ୍ରିରଙ୍ଗା... Har Ghar Tiranga ...  ଘରେ ଘରେ ଜାତୀୟ ପତାକା ଉଡିବା ସ୍ବାଗତ ଯୋଗ୍ଯ ପ୍ରୟାସ ... କିନ୍ତୁ  ଘରେ ଘରେ ଖାଦ୍ୟ ଘରେ ଘରେ ଶିକ୍ଷା ଘରେ ଘରେ ସ୍ବାସ୍ଥ୍ୟ  ଘରେ ଘରେ ନିଯୁକ୍ତି ଏ ଦିଗରେ ଆମ ରାଜନେତା ଓ ପ୍ରଶାସକ ଚିନ୍ତା କରିଛନ୍ତି ତ ?  ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଆମେ ପାଳନ କରୁଛୁ । କିନ୍ତୁ ଆଜି ବି ଅନେକ କ୍ଷେତ୍ରରେ ଆମେ ପରାଧୀନ ହୋଇ ରହିଛୁ।          ଆଜିର ଦିନରେ ଅନେକ ଲୋକ ଭଲ ଭାବେ ଦୁଇ ଓଳି ଖାଇବା ପାଇଁ କରୁଛନ୍ତି ଅନେକ ସଂଗ୍ରାମ।               ପଇସା ନଥିଲେ ସହରର ବଡ ଶିକ୍ଷାନୁଷ୍ଠାନରେ ପାଠ ପଢିବା ସ୍ବପ୍ନ । ଗ୍ରାମାଞ୍ଚଳରେ ପାଠ ପଢିବା ପାଇଁ ଅନେକ ବାଟ ଚାଲି ଚାଲି ଯାଉଛନ୍ତି ଛାତ୍ରଛାତ୍ରୀ। ଆଉ କେଉଁଠି ଭଲ ବିଦ୍ୟାଳୟ ନାହିଁ ତ ପୁଣି କେଉଁଠି ପାଠ ପଢାଇବାକୁ ନାହାନ୍ତି ଉପଯୁକ୍ତ ଶିକ୍ଷକ। ସହରର ସ୍ବାସ୍ଥ୍ୟ ସେବାର ଅବସ୍ଥା କାହାକୁ ଅଛପା ନାହିଁ । କେବଳ ନାଁ କୁ ମାତ୍ର ସେବା , ଏଠି ବ୍ୟବସାୟୀକରଣ ହୋଇଗଲାଣି ସ୍ବାସ୍ଥ୍ୟ ବ୍ଯବସ୍ଥା । ଆଉ ଗାଁରେ ଖଟରେ ବୁହା ହେଉଛନ୍ତି ରୋଗୀ।      ଯୁବକଙ୍କ ଭାବାବେଗ ସହ ଏଠି ରାଜନେତା କରନ୍ତି ରାଜନୀତି। ନିର୍ବାଚନ ଆସିଲେ ନିଯୁକ୍ତିର ଗୋଲାପୀ ସ୍ବପ୍ନ ଦେଖାନ୍ତି । କିନ୍ତୁ ବାସ୍ତବ ଘଟଣା ସଭିଙ୍କୁ ଜଣା।  ଦିହକୁ ନେବେନି ... କାହାକୁ ଆକ୍ଷେପ କରିବା ମୋ ଉଦ୍ଦେଶ୍ଯ ନୁହଁ,  କିନ୍ତୁ ଏହାହିଁ ବାସ୍ତବତା ।

Tax ଟ୍ୟାକ୍ସ

Image
ଜିଏସଟି ସଂଗ୍ରହରେ ଓଡିଶାର ଏକ ନୂଆ ରେକର୍ଡ କରିଛି । ୨୦୨୧-୨୨ ମସିହାରେ ଓଡିଶାରେ ମୋଟ ଜିଏସ୍‌ଟି ସଂଗ୍ରହ ୪୯ ପ୍ରତିଶତ ଅଭିବୃଦ୍ଧି ସହିତ ଏକ ନୂତନ ରେକର୍ଡ ସୃଷ୍ଟି କରିଛି । ୨୦୨୦-୨୧ ରେ ରାଜ୍ୟ ୨୯,୮୫୨.୭୬ କୋଟି ତୁଳନାରେ ଗତ ଆର୍ଥିକ ବର୍ଷରେ ୪୪,୩୩୪.୬୭ କୋଟି ଟଙ୍କା ସଂଗ୍ରହ କରିଛି । ମୋ ମନରେ ପ୍ରଶ୍ନ ଆସେ ମୁଁ ସାଧାରଣ ଜନତା ହେଇ ମୋର ଗୋଟିଏ ଦରମାରୁ କେତେ ଥର ଟ୍ୟାକ୍ସ ଦେବି ??? ମୁଁ ୩୦ ଦିନ କାମ କଲି , ଦରମା ପାଇଲି ମାସ ଶେଷକୁ  ✓ଦରମା ନେଲି- ଟ୍ୟାକ୍ସ ଦେଲି ✓ମୋବାଇଲ କିଣିଲି - ଟ୍ୟାକ୍ସ ଦେଲି ✓ରିଚାର୍ଜ୍ କଲି - ଟ୍ୟାକ୍ସ ଦେଲି ✓ଡାଟା ନେଲି - ଟ୍ୟାକ୍ସ ଦେଲି ✓ବିଜୁଳି ନେଲି - ଟ୍ୟାକ୍ସ ଦେଲି ✓ଟିଭି, ଫ୍ରିଜ୍ କିଣିଲି - ଟ୍ୟାକ୍ସ ଦେଲି ✓କାର କିଣିଲି - ଟ୍ୟାକ୍ସ ଦେଲି ✓ପେଟ୍ରୋଲ କିଣିଲି - ଟ୍ୟାକ୍ସ ଦେଲି ✓କାର ସର୍ଭିସ କଲି - ଟ୍ୟାକ୍ସ ଦେଲି ✓ରାସ୍ତାରେ ଚଲାଇଲି - ଟ୍ୟାକ୍ସ ଦେଲି ✓ରାସ୍ତାରେ ଟୋଲ ପଡ଼ିଲା - ଟ୍ୟାକ୍ସ ଦେଲି ✓ଲାଇସେନ୍ସ କଲି - ଟ୍ୟାକ୍ସ ଦେଲି ✓ରାସ୍ତାରେ ଭୁଲ କଲି - ଟ୍ୟାକ୍ସ ଦେଲି ✓ରେଷ୍ଟୁରାଣ୍ଟ ରେ ଖାଇଲି - ଟ୍ୟାକ୍ସ ଦେଲି ✓କାର ପାର୍କିଂ କଲି - ଟ୍ୟାକ୍ସ ଦେଲି ✓ପାଣି ପିଇଲି - ଟ୍ୟାକ୍ସ ଦେଲି ✓ରାସନ୍ କିଣିଲି - ଟ୍ୟାକ୍ସ ଦେଲି ✓ପିନ୍ଧିବାକୁ କପଡା କିଣିଲି - ଟ୍ୟାକ୍ସ ଦେଲି ✓ଜୋତା କିଣିଲି - ଟ୍ୟାକ୍ସ ଦେଲି ✓ବହି କିଣିଲି - ଟ୍ୟାକ୍ସ ଦେଲି ✓ଔଷଧ କିଣିଲି -

ହେପି ଚକଲେଟ ଡେ'

#ହେପି_ଚକଲେଟ_ଡେ' ରାଜୁ-ହେପି ଚକଲେଟ ଡେ ... ତୃପ୍ତି-ଥ୍ୟାଙ୍କ ୟୁ  ରାଜୁ-ଅଛା ...ଫରମାଲିଟି ତୃପ୍ତି-ନା ନା...କିଛି ଫରମାଲିଟି ନୁହଁ । ହୃଦୟରୁ କହିଲି । ଆଜି ବହୁତ ଦିନ ପରେ ଫୁରସତରେ ତମ ସହ ଦିନ ସାରା ବିତେଇଲି । ନହେଲେ କେତେବେଳେ ତମେ ବ୍ୟସ୍ତ ତ କେତେବେଳେ ମୁଁ ।  ରାଜୁ-ହାଁ ୟାର ସତ କଥା ।  ତୃପ୍ତି-କିନ୍ତୁ ? ରାଜୁ-କ'ଣ କିନ୍ତୁ ? ତୃପ୍ତି-ସରି ... ରାଜୁ-ଆରେ ସରି କଣପାଇଁ କହୁଛ ?  ତୃପ୍ତି-ଚକଲେଟ ଡେ' ରେ ତମକୁ ଚକଲେଟ ଦେଇପାରିଲିନି ।  ରାଜୁ-ଇଟ୍ସ ଓକେ...ଏଥିରେ ସରି କହିବାର କଣ ଅଛି ।   ତମେ କଣ ଚକଲେଟ ଠାରୁ କମ କି ?  ତୃପ୍ତି-ଚୂପ ...ସବୁବେଳେ ଫାଜଲାମି ।  ରାଜୁ-ଆରେ ସତ କହୁଛି । ଯେତେବେଳେ ଜୀବନ ଟା ରଙ୍ଗହୀନ ହୋଇଯାଇଥିଲା । ସେତେବେଳେ ତମେ ହିଁ ମୋ ଜୀବନରେ ଭରି ଦେଇଥିଲ ଖୁସିର ରଙ୍ଗ । ଫିକା ଜୀବନରେ ଭରିଦେଇଥିଲ ପ୍ରେମର ମିଠାସ । ଆଉ ଏସବୁ ଆଗରେ ଚକଲେଟ ବା ଗିଫ୍ଟ ସବୁ ତୁଛ ।   ବାସ ଏମିତି ହସିହସି ମୋ ସାଥିରେ ଜୀବନ ସାରା ରହିଥାଅ ।  ରାଜୁ-କ'ଣ ଚୂପ ହୋଇଗଲ ଯେ ?  ଏତିକି ବେଳକୁ ତୃପ୍ତିର ଆଖିରୁ ଝରିସାରିଥାଏ ଦୁଇ ଟୋପା ଲୁହ ।  

ଭୁଲ ବୁଝାମଣା | Misunderstanding

ଭୁଲ ବୁଝାମଣା ... ରାଜୁ :ହ୍ୟାଲୋ  ତୃପ୍ତି : ହ୍ୟାଲୋ , କିଏ ? ରାଜୁ : ଓ...ତାହାଲେ ତମ ମୋବାଇଲରେ ମୋ ନମ୍ବର ସେଭ୍ ନାହିଁ ।  ତୃପ୍ତି : ସରି , ଜାଣିପାରିଲିନି । ଟିକେ ପରିଚୟ ଦେବ କି ?  ରାଜୁ : ଅଛା , କାଲି ଯିଏ ମୋ ସ୍ବରର ପ୍ରଶଂସା କରୁଥିଲା । ସାଙ୍ଗ ସାଥିଙ୍କୁ କହି ବୁଲୁଥିଲା କି ମୋ ସ୍ବର ତାକୁ ଦିଓ୍ବାନା କରିଦେଇଛି । ଆଜି ସେ ଏହି ସ୍ବରକୁ ଚିହ୍ନିପାରୁନି ।  ତୃପ୍ତି: ରାଜୁ ତମେ ...ଓ ମାଏ ଗଡ । ସରି ...ଟିକେ ଅନ୍ୟମନସ୍କ ଥିଲି ।  ରାଜୁ : (ଅଭିମାନ ଭରା ସ୍ବରରେ)ଭୂଲିବା ଲୋକଙ୍କ ଅଭ୍ୟାସ ତୃପ୍ତି : (ଟିକେ ହସିଦେଇ)ହେ ହେ, ଏଇଟା ଭଲ ଅଭ୍ୟାସ । ରାଜୁ :ଯେମିତି ତମେ ମତେ ଭୂଲି ଯାଇଛ । ମତେ ଓ ଆମ ଅତୀତକୁ ।  ତୃପ୍ତି: ନା ମ .. ରାଜୁ : ହଁ ଏସବୁ ତମର ଭଲ ଅଭ୍ୟାସ ହୋଇପାରେ ।   ତୃପ୍ତି : ବାସ ଟିକେ ଆଗକୁ ବଢିଯାଇଛେ ଆମେ ଦୁଇ ଜଣ 😊 ରାଜୁ : ଆଗକୁ ବଢିବା ଏକ ପ୍ରକ୍ରିୟା । କିନ୍ତୁ ଅତୀତକୁ ସାଥିରେ ରଖିବା ବି ତ ଜରୁରୀ ।  ତୃପ୍ତି: ହଁ ରଖିଛି ହୃଦୟରେ ଠିକ ଯେମିତି ତମେ ରଖିଚ 🥰 ରାଜୁ : ବାସ ... ଏମିତି ହୃଦୟରେ ରଖିଥାଅ  ଜୀବନରେ ଆଉ କଣ ଦରକାର କି ?  ତୃପ୍ତି : (ହସି ହସି) ହେ ହେ.. ବାସ ଏତିକିରେ ମାନିଗଲ.. ମୁଁ ତ ଭାବିଥିଲି , ଅତୀତ ର ସ୍ମୃତି କୁ ଟିକେ ତାଜା କରିବାକୁ ତମ ଶବ୍ଦ ପେଡିରୁ ଆହୁରି କିଛି ପ୍ରେମ ର ଭାଷା ବାହାରିବ... 😊 ରାଜୁ: ଶବ୍ଦ ... ତମ ପାଇଁ ଯେତେ କହିଲେ ବି କମ ହେବ । 

ପିରିୟଡ ହେଇଛି

ପିରିୟଡ_ହେଇଛି  ଟିକ୍ ଟିକ୍...ଟିକ୍ ଟିକ୍... ଏମିତି ଅନେକ ସମୟ ହେବ ଆଲାରାମ ବାଜୁଥାଏ । କିନ୍ତୁ ନିଘୋଡ ନିଦରେ ଶୋଇଥାଏ ପିଙ୍କି । ଗତକାଲି ଅଫିସରୁ ଫେରିଲାବେଳକୁ ଟିକେ ବିଳମ୍ବ ହୋଇଯାଇଥିଲା। ଥକିପଡି ଶୋଇପଡିଛି ଯେ ଉଠିବାକୁ ତାର ଆଉ ଜୋର ପାଉନି।   ଏତିକିବେଳେ ମୋବାଇଲ ରିଂ ହେଲା... ଫୋନ ରିଂ ବାରମ୍ବାର ହେଉଥାଏ ଦୁଇ ତିନି ଥର ରିଂ ହେଇ ହେଇ କଟିଗଲା  ପୁଣି ରିଂ ଶୁଣିଲାବେଳକୁ ହଠାତ ନିଦ ଭାଙ୍ଗିଲା ପିଙ୍କି-ହଁ, ବୋଉ କହ ପିଙ୍କିର ବୋଉ-କିରେ , ଫୋନ କରି କରି ମୁଁ ଥକିଗଲିଣି        କିନ୍ତୁ ତୁ ତ ଗଧ ଭଳି ଶୋଇଛୁ, ଉଠିପଡ । ପିଙ୍କି- କେତେ ବାଜିଛି ଯେ ? ପିଙ୍କିର ବୋଉ-ଆଲୋ ୯ଟା ବାଜିଲାଣି, ଆଉ ତୁ ଶୋଇଛୁ।  ପିଙ୍କି-ଏଁ ...୯ଟା , ବୋଉ ତୁ ଫୋନ ରଖିଲୁ। ମୁଁ ବାହାରି ପଡେ, ବହୁତ ଡେରି ହେଇଗଲାଣି।  ଏତିକି କହି ବାଥରୁମ୍ କୁ ଗଲା ପିଙ୍କି। ବିଛଣାରୁ ଉଠିଲା ବେଳକୁ ଭାରି କଷ୍ଟ ଲାଗୁଥାଏ। ବାଥରୁମ୍ ଯାଇ ଦେଖିଲାବେଳକୁ ଋତୁସ୍ରାବ ହେଇଥାଏ । ଅଫିସ ଟାଇମ ବିଳମ୍ବ ହେଉଥିବାବେଳେ ଶରୀରରେ ଯନ୍ତ୍ରଣା ବି ବଢୁଥାଏ। ଗୋଟିଏ ସମୟ ପାଇଁ ପିଙ୍କି ଭାବିଲା ଯେ,ଆଜି ଆଉ ଅଫିସ ଯିବନି। ଫୋନ କରି ମନା କରିଦେବ।  ଏତିକି ଭାବିଲା ବେଳକୁ ଅଫିସରୁ ଦୀପକର କଲ୍ ଆସିଗଲା । ଦୀପକ-ପିଙ୍କି କେତେବେଳେ ପହଞ୍ଚିବ।  ପିଙ୍କି-ମୁଁ କଣ ଭାବୁଥିଲି କି ? ଆଜି ଛୁଟି ନେଇଯାଇଥାନ୍ତି। ଦେହ ଟା ଜମା ଭଲ ଲାଗୁନି।  ଦୀପକ- ଅରେ, ଆଜି ତମର ପ୍ରେଜେଣ୍ଟେସ